Categories: ଖେଳ

ବ୍ୟାଟ୍‌ରେ ବଲ ନ ବାଜିବାରୁ ଡ୍ରେସିଂ ରୁମ୍‌ ଚାଲିଗଲେ ପୋଲାର୍ଡ

ଶାରଜା,୨୯।୧୦: ଏଠାରେ ଶୁକ୍ରବାର ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟ ଏକ ମ୍ୟାଚ୍‌ରେ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଛି। ଓ୍ବେଷ୍ଟଇଣ୍ଡିଜ ପାଇଁ ୫ମ କ୍ରମରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଅଧିନାୟକ କିରନ ପୋଲାର୍ଡଙ୍କ ବ୍ୟାଟରେ ଆରମ୍ଭରୁ ବଲ ବାଜି ନ ଥିଲା। ୧୬ ବଲର ସମ୍ମୁଖୀନ ହୋଇ ମାତ୍ର ୮ ରନ୍‌ କରିଥିଲେ। ଫଳରେ ୧୩ତମ ଓଭରରେ ତାସ୍କିନ ଅହମ୍ମଦଙ୍କ ଓଭରରେ ଏକ ସିଙ୍ଗଲ ନେବା ପରେ ପ୍ୟାଭିଲିଅନ ଫେରଯାଇଥିଲେ। ପୋଲାର୍ଡଙ୍କ ଏଭଳି ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କଦାପି ଏଭଳି ଘଟଣା ଦେଖିବାକୁ ମିଳି ନ ଥିଲା। ଶେଷ ଓଭରରେ ଡ୍ବେନ ବ୍ରାଭୋ ଆଉଟ୍‌ ହେବା ପରେ ପଡ଼ିଆକୁ ଫେରିଥିଲେ ପୋଲାର୍ଡ। ତା’ ପରେ ଦୁଇ ବଲର ସମ୍ମୁଖୀନ ହୋଇ ସେ ଗୋଟିଏ ଛକା ଲଗାଇଥିଲେ।

Share