Categories: ଖେଳ

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ୱେଲ୍ସ ହକି ଦଳ

ଭୁବନେଶ୍ୱର,୧୮।୧(ସ୍ପୋଟ୍ସ ର୍‌ ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଆସିଥିବା ୱେଲ୍ସ ହକି ଦଳ ମଙ୍ଗଳବାର କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ। କିସ୍‌ରେ ପାଠ ପଢୁଥିବା ୩୦ ହଜାର ଛାତ୍ରୀଛାତ୍ରଙ୍କୁ ଦେଖି ୱେଲ୍ସ ହକି ଦଳର ଖେଳାଳି ଓ ଅଫିସିଆଲ ଅଭିଭୂତ ହୋଇ ପଡିଥିଲେ। ଏତେ ସଂଖ୍ୟକ ଜନଜାତି ପିଲାଙ୍କୁ ମାଗଣାରେ ରହିବା, ଖାଇବା ଓ ସ୍ବାସ୍ଥ୍ୟସେବା ସହ ବିନା ଦେୟରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ସମେତ ଭୁବନେଶ୍ୱରର ୫୦ଟି ବିଭିନ୍ନ ସ୍କୁଲର ୧୭ଶହ ଛାତ୍ରୀଛାତ୍ର ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୱେଲ୍ସ ହକି ଟିମ୍‌ର ଖେଳାଳିମାନେ ସ୍କୁଲ ଛାତ୍ରୀଛାତ୍ରମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନର ନିକ ଲୋ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର, କିଟ୍‌ କ୍ରୀଡା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share