Categories: ଖେଳ

ସେମିଫାଇନାଲରେ କିଟ୍‌

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ କିଟ୍‌ ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ କ୍ୱାର୍ଟର ଫାଇନାଲରେ କିଟ୍‌ ୧-୦ ଗୋଲରେ ମଦର୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୨୨ତମ ମିନିଟରେ କିଟ୍‌ର କୁନାଲ ସିଂ କର୍ନର କିକ୍‌କୁ ହେଡ୍‌ କରି ଗୋଲରେ ପରିଣତ କରିଥିଲେ।

ଏହାପରେ ଉଭୟ ଦଳ ପକ୍ଷରୁ ଆଉ ଗୋଲ ହୋଇପାରି ନ ଥିଲା। କିଟ୍‌ ଆସନ୍ତା ୧୨ ତାରିଖରେ ଆରଡୋର ଫୁଟବଲ ଏକାଡେମୀ ବିପକ୍ଷରେ ସେମିଫାଇନାଲ ଖେଳିବ। ଆୟୋଜକ ଆସୋସିଏଶନ ସଦସ୍ୟ ମିନତୀ ସାହୁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ କିଟ୍‌ର କୁନାଲ ସିଂଙ୍କୁ କୁଲ୍‌-ଡାଉନ୍‌ ଉପକରଣ ପ୍ରଦାନ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର। ସକାଓ୍ବତ ଖାଁ ଓ ଶିବ ସାମନ୍ତରାୟ ତାଙ୍କୁ ସହାୟତା କରିଥିଲେ। ଶିବ ଦେହୁରୀ ଚତୁର୍ଥ ରେଫରି ଥିଲେ। ସୋମବାର ୟୁନାଇଟେଡ ୟୁଥ୍‌ ସ୍ପୋର୍ଟିଂ ଓ ଲିଙ୍ଗରାଜ ଫୁଟବଲ କ୍ଲବ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ।

Share