ଜାତୀୟସ୍ତରରେ ୬ଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ୨୦୨୪ ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱ ବିଦ୍ୟାଳୟ ବିଶ୍ୱ ତଥା ସର୍ବଭାରତୀୟ ସ୍ତରରେ ତା’ର ସ୍ଥାନ ବଜାୟ ରଖିଛି। ଚଳିତବର୍ଷ ଭଲ ପ୍ରଦର୍ଶନ ସହ ର଼୍ୟାଙ୍କିଙ୍ଗ୍‌ରେ ଆହୁରି ଉନ୍ନତି କରିଛି। ସର୍ବଭାରତୀୟସ୍ତରରେ ୬୦୧ ସ୍କୋର୍‌ ହାସଲ କରିବା ସହ ୯୧ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‌ ୬ଷ୍ଠ ସ୍ଥାନରେ ରହିଛି। ଏଥିସହ ଦେଶର ପୂର୍ବାଞ୍ଚଳ ଏବଂ ଓଡି଼ଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିପାରିଛି। ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‌କମ୍‌ ଆଦି ମାନଦଣ୍ଡକୁ ନେଇ ଏହି ର଼୍ୟାଙ୍କ ପ୍ରସ୍ତୁତ କରାଯାଇଛି। ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସ ହାୟର ଏଜୁକେଶନ ଏହି ର଼୍ୟାଙ୍କ ପ୍ରସ୍ତୁତ କରିଥାଏ। ଏନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‌ର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।

Share