KIIT student death row: ତଦନ୍ତ ଆରମ୍ଭକଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର,୨୦।୨(ସତ୍ୟଜିତ୍‌ ରାଉତ): KIIT University ରେ ବି.ଟେକ୍‌ ଛାତ୍ରୀ ପ୍ରକ୍ରିତି ଲାମସଲ୍‌ଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ନିର୍ଯାତନା ଘଟଣାରେ ବିବାଦ ଅଧିକ ଘନେଇବାରେ ଲାଗିଛି। କିଟ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ତେବେ ଏହି ଘଟଣାରେ ଗୁମର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୩ ଜଣିଆ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ବୁଧବାର ତଦନ୍ତ ଆରମ୍ଭ କରିଛି। ଅପରାହ୍ନରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ଉଚ୍ଚ ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କ୍ୟାମ୍ପସ୍‌ରେ ପହଞ୍ଚତ୍ ଛାତ୍ରୀଛାତ୍ର, ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖଙ୍କୁ ପଚରାଉଚରା କରିଛନ୍ତି। ଏଥିସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିବା ସହ ଅଧିକ ଖୋଳତାଡ଼ କରିଛନ୍ତି। ଏହାକୁ ନେଇ ଗଣମାଧ୍ୟମରେ ସତ୍ୟବ୍ରତ କହିଛନ୍ତି, କଲେଜର ବିଭିନ୍ନ ଲୋକ ଓ ପ୍ରଭାବିତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ହୋଇଛି। ଆମେ କ’ଣ କରିବୁ, ସେଥିପାଇଁ ଘଟଣାସ୍ଥଳ ପରିଦର୍ଶନ କଲୁ। ଏହା ପ୍ରଥମ ପରିଦର୍ଶନ ହୋଇଥିବାବେଳେ ଆଗକୁ ତଦନ୍ତ ଆଗେଇବ। ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ତାକୁ ନେଇ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତତ କରି ଦିଆଯିବ ବୋଲି ସଚିବ ସାହୁ କହିଛନ୍ତି। ସେହିପରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟୁଇନ୍‌ ସିଟି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ମଧ୍ୟ କ୍ୟାମ୍ପସ୍‌ରେ ପହଞ୍ଚତ୍ ଅନୁସନ୍ଧାନ କରିଛନ୍ତି। ପୋଲିସ କମିଶନର ସିଂ କହିଛନ୍ତି, କିଟ୍‌ କ୍ୟାମ୍ପସ୍‌ ଏବେ ପୋଲିସ ଅନୁଧ୍ୟାନରେ ରହିଛି। ଜବତ ମୋବାଇଲ ଓ ଲାପ୍‌ଟପ୍‌କୁ ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପଠାଯାଇଛି। ସବୁ ଦିଗକୁ ନେଇ ତଦନ୍ତ ହେଉଛି ବୋଲି ସେ କହିଛନ୍ତି।

KIIT student death ଅପରପକ୍ଷରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ବିଭିନ୍ନ ପ୍ଲାକାର୍ଡ ଧରି ଛାତ୍ରୀଛାତ୍ରମାନେ ଧାରଣା ଜାରି ରଖିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସରକାରଙ୍କ ତତ୍ତ୍ୱାବଧାନରେ ଏକ ଷ୍ଟୁଡେଣ୍ଟ କାଉନ୍‌ସିଲ୍‌ ଗଠନ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ସେହିପରି ନବନିର୍ମାଣ ଯୁବ ଛାତ୍ର ସଂଗଠନ(ଏନ୍‌ୱାଇସିଏସ୍‌) ଏବଂ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ୍‌ (ଏଆଇଏସ୍‌ଏଫ୍‌) ପକ୍ଷରୁ ମଧ୍ୟ କଲେଜ ସାମ୍ନାରେ ଧାରଣା ଦିଆଯାଇଛି। କିଟ୍‌ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ ଏନ୍‌ୱାଇସିଏସ୍‌ ରାଜ୍ୟ ସଂଯୋଜକ ଏମ୍‌.ଡି ମନୱର ଅଲ୍ଲୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ତାଙ୍କୁ ଏକାଧିକ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ଉତ୍ତର ନ ଦେଇ ସେଠାରୁ ପଳାଇଯାଇଥିଲେ ବୋଲି ଜଣାପଡିଛି। ଅପରପକ୍ଷରେ ନେପାଳୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଇ ହଷ୍ଟେଲରୁ ବିଦା କରିଥିବା ଦୁଇ ମହିଳା ଅଧିକାରୀଙ୍କୁ ପଚରାଉଚରା ପାଇଁ ପୋଲିସ ପକ୍ଷରୁ ନୋଟିସ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri