Categories: ଖେଳ

କିଟ୍‌ ମହିଳା ରୋଇଂ ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୦।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ର ମହିଳା ରୋଇଂ ଦଳ ରୌପ୍ୟ ପଦକ ହାସଲ କରିଛି। ମହିଳା ୨୦୦୦ ମିଟର (ଡବ୍ଲ୍ୟୁ୨ଏକ୍ସ) ଇଭେଣ୍ଟରେ ଅବିନାଶ କୌର ଓ ଅରୁନ୍‌ପ୍ରୀତ କୌର ଏହି ସଫଳତା ପାଇଛନ୍ତି। ଏହି ବିଶ୍ୱବିଦ୍ୟାଳୟର ଲାଲୁ ପ୍ରସାଦ ଭୋଇ ପୁରୁଷ ୧୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଅଭିଷେକ ଦଳବେହେରା ପୁରୁଷ ୧୦୦ ମିଟରରେ ବ୍ରୋଞ୍ଜ ପଦକ ପାଇଛନ୍ତି। ଲାଲୁ ପ୍ରସାଦ ୧୦.୬୦ ଓ ଅଭିଷେକ ୧୦.୭୨ ସେକେଣ୍ଡ ସମୟ ନେଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ଟେନିସ ସେମିଫାଇନାଲରେ କିଟ୍‌ ଦଳ ୧-୨ରେ ଆନ୍ନା ବିଶ୍ୱବିଦ୍ୟାଳୟଠାରୁ ହାରି ଯାଇଛି। ମଙ୍ଗଳବାର ବ୍ରୋଞ୍ଜ ପଦକ ମ୍ୟାଚରେ ଏହି ଦଳ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଭେଟିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ହକି ଦଳ ୪-୩ ଗୋଲରେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।

Share