ଆୟୁଷ୍ମାନ ଖୁରାନାଙ୍କ ଏହି ଗୀତରେ ଡ୍ୟାନ୍ସ କଲେ କିଲି ପଲ୍‌

ଆଜିକାଲି ସମସ୍ତଙ୍କ ମୁଣ୍ଡରେ ପ୍ରାୟ ବଲିଉଡ୍‌ ନିଶା। ବଲିଉଡ୍‌ରେ ଯେଉଁ ଗୀତ ହିଟ୍‌ ହୋଇଥାଏ ସେହି ଗୀତରେ ଷ୍ଟେପ୍‌ ପକାଇବାକୁ ଭୁଲନ୍ତି ନାହିଁ ଯୁବପିଢ଼ି। ଏବେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ଗୀତ ‘ଜେଡା ନଶା’ଟ୍ରେଣ୍ଡ କରୁଛି। ସମସ୍ତେ ପ୍ରାୟ ଏହି ଗୀତରେ ଡ୍ୟାନ୍ସ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଏହି ଗୀତରେ ୟୁଟ୍ୟୁବର କିଲି ପଲ୍‌ ପୁଣିଥରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବଲିଉଡ୍‌ ପ୍ରେମର ପ୍ରମାଣ ଦେଇଛନ୍ତି। ତେଣୁ ଲୋକମାନେ ତାଙ୍କର ଏହି ଷ୍ଟାଇଲ୍‌କୁ ବହୁତ ପସନ୍ଦ କରିଛନ୍ତି। ଭିଡିଓଟିକୁ ପ୍ରାୟ ୮୦ ଲକ୍ଷ ଲୋକ ଦେଖିଛନ୍ତି।
‘କାଲା ଚଷ୍‌ମା’, ‘ପତଲି କମରିଆ ମୋରି’ ପରେ ‘ଜେଡା ନଶା’ ଲୋକଙ୍କ ପ୍ରିୟ ହୋଇଛି। ଯେଉଁଥିରେ ଲୋକମାନେ ରିଲ୍‌ କରୁଛନ୍ତି। ଏବେ କିଲି ଏବଂ ତାଙ୍କ ଭଉଣୀ ନୀମା ଏହି ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି।

କିଲି ଭାରତୀୟ ନୁହନ୍ତି, ତଥାପି ତାଙ୍କର ବଲିଉଡ୍‌ ପ୍ରେମ ଅତୁଳନୀୟ। ସେ ବଲିଉଡ୍‌ ଗୀତରେ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାନ୍ତି। ସେ ହିନ୍ଦୀ, ପଞ୍ଜାବୀ ଗୀତରେ ମଧ୍ୟ ଛୋଟ ଭିଡିଓ ଏବଂ ରିଲ୍‌ ତିଆରି କରୁଥିବା ଦେଖିବାକୁ ମିଳିଥାଏ। କିଲିଙ୍କ ୟୁଟ୍ୟୁବ୍‌ଠାରୁ ଆରମ୍ଭ କରି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଠି ବଲିଉଡ୍‌ର ଜଲଓ୍ବା। ୟୁଜରମାନେ ମଧ୍ୟ ତାଙ୍କ ଗୀତ ଚୟନ ଏବଂ ଡ୍ୟାନ୍ସ ଷ୍ଟାଇଲ୍‌କୁ ଖୁବ୍‌ ପସନ୍ଦ କରନ୍ତି। ସେ ସବୁବେଳେ ତାଙ୍କର ପାରମ୍ପରିକ ପୋଷାକରେ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଥାନ୍ତି।

Share