‘ବେସରମ ରଙ୍ଗ’ ଗାଇଲେ କିଲି ପଲ୍‌, ଭିଡିଓ ଦେଖିଲେ…

‘ପଠାନ’ ୬ ଦିନ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୬୦୦ କୋଟିରୁ ଅଧିକ ରୋଜଗାର କରି ବଲିଉଡ୍‌ରେ ରେକର୍ଡ ଭାଙ୍ଗିଛି। ପ୍ରଶଂସକମାନେ ଶାହାରୁଖ ଖାନ୍‌ଙ୍କ ଆକ୍ସନ ହିରୋ ଅବତାର ଏବଂ ଦୀପିକା ପାଦୁକୋନଙ୍କ ଅଭିନୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମ ଆରମ୍ଭରୁ ଅନେକ ବିବାଦ ଦେଖାଦେଇଥିଲେ ମଧ୍ୟ ପ୍ରେକ୍ଷାଳୟକୁ ଆସିବା ପରେ ରେକର୍ଡ କରିଛି। ବର୍ତ୍ତମାନ ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍‌ସେସନ କିଲି ପଲ ଏବଂ ତାଙ୍କ ଭଉଣୀ ନୀମା ଏକ ଆକର୍ଷଣୀୟ ଭିଡିଓ ସହିତ ‘ପଠାନ’ କ୍ରେଜରେ ସାମିଲ ହୋଇଛନ୍ତି।

କିଲି ଆଉ ନୀମା ଇନ୍‌ଷ୍ଟାଗ୍ରାମରେ ଶାହାରୁଖ-ଦୀପିକାଙ୍କ ଅଭିନୀତ ହିଟ୍‌ ଗୀତ ‘ବେସରମ ରଙ୍ଗ’ ଗାଇଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥର କିଲି ଏବଂ ନୀମା ଲିପ୍ସିଂ କରିନାହାନ୍ତି। ଉଭୟେ ଏହି ଗୀତଟି ଗାଇଛନ୍ତି। ଯାହା ଆପଣଙ୍କୁ ପ୍ରଭାବିତ କରିବ।

ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଅନେକ ୟୁଜର ଶାହରୁଖଙ୍କୁ ଟ୍ୟାଗ୍‌ ବି କରିଛନ୍ତି। ଜଣେ ୟୁଜର କହିଛନ୍ତି ‘ଆଉଟ୍‌ଷ୍ଟାଣ୍ଡିଂ’।

‘ବେସରମ ରଙ୍ଗ’ ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେଇରୋ, ବିଶାଲ ଏବଂ ଶେଖର ଗାଇଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଏବଂ ଶେଖର।

Share