କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ କରିଥିଲେ ହତ୍ୟା: ମୁଖ୍ୟ ଆସାମୀଙ୍କ ସମେତ ୬ ଅଭିଯୁକ୍ତ ଗଲେ ଜେଲ୍‌

ତରଭା,୨୩ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ମେଣ୍ଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ତରଭା ଥାନା ମେଣ୍ଡା ଗାଁର ସନ୍ତୋଷ ହାତୀ(୪୦) ଓ ମୁଖ୍ୟ ଅଭିଯୁକ୍ତ ରାଜେଶ ରଣାଙ୍କ ମଧ୍ୟରେ କୌଣସି କାରଣ ନେଇ ପୂର୍ବରୁ ଶତ୍ରୁତା ଥିଲା । ଘଟଣା ଦିନ ସନ୍ତୋଷ ଗ୍ରାମର ଖାରିବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ରଣାପଡାର ରାଜେଶ ଓ ଅନ୍ୟମାନଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଏକ କ୍ରିକେଟ ବ୍ୟାଟ୍‌ରେ ସନ୍ତୋଷଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତରଭା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିବା ସହ ରଣାପଡାର ୬ଜଣଙ୍କୁ ଥାନାରେ ଅଟକ ରଖିଥିଲା। ପରେ ପୋଲିସ ଅଟକ ରାଜେଶ ରଣା, ଶିବ ରଣା, ପ୍ରଦିପ ରଣା, ଯୁଗେଶ୍ବର ରଣା, ଯୋଗେନ୍ଦ୍ର ରଣା ଓ ବୃଷଭ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିଲା ଓ ଲୋକେ ଉତ୍ତ୍ୟକ୍ତ ହୋଇ ମେଣ୍ଡା ଫାଣ୍ଡିକୁ ଘେରାଉ କରିଥିଲେ। ସନ୍ତୋଷଙ୍କ ଅନ୍ତିମ ସତ୍କାର ହୋଇଥିବା ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ଠାରୁ ପ୍ରକାଶ ।

Share