ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ, ଗାଁରେ ଉତ୍ତେଜନା

ପୁରୀ, ୨୯।୬: ପୁରୀ ଜିଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରେ ଏକ ହତ୍ୟା କାଣ୍ଡ ଘଟିଛି। ସାନ ସଢୁଙ୍କୁ ଗୁଳିକରି ବଡ଼ ସଢୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନରେନ୍ଦ୍ର ମଲ୍ଲିକ। ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ସହ ଗ୍ରାମବାସୀ ନ୍ୟାୟ ପ୍ରଦାନ ଦାବିରେ ଟାୟାର ଜାଲି ରାସ୍ତା ଅବରୋଧ କରିଛନ୍ତି। ଏନେଇ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଡେଲାଙ୍ଗ ବଜାରରେ ନରେନ୍ଦ୍ର ସାଇକେଲ ରିପ୍ୟାରିଂ ଦୋକାନ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏହି ହତ୍ୟା କାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣାପଡି ନାହିଁ।