ପରିଚୟ ଲୁଚାଇବାକୁ ପଥରରେ ଛେଚି ହତ୍ୟା

ଯୋଡ଼ା,୨୨।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ହାତୀଦରୀ-ଧାତିକା ରାସ୍ତା କଡ଼ରୁ ସୋମବାର ଏକ ମୃତଦେହ ପୋଲିସ ଜବତ କରିଛି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଉକ୍ତ ରାସ୍ତା କଡ଼ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଯୁବକଙ୍କୁ ଏକ ବଡ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତ ଯୁବକଙ୍କ ବୟସ ଆନୁମାନିକ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ତାଙ୍କର ପରିଚୟ ମିଳି ପାରି ନାହିଁ। ତାଙ୍କ ମୁହଁକୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା କରାଯାଇଛି। ଫଳରେ ସ୍ଥାନୀୟ ଲୋକ ତାଙ୍କୁ ଚିହ୍ନିପାରୁ ନାହାନ୍ତି। ଏ ନେଇ ପୋଲିସ ଏକ ମାମଲା (ନଂ.୧୬୧/୨୧) ରୁଜୁ କରି ଅଧୀନ ତଦନ୍ତ କରୁଥିବା ବାମେବାରୀ ଥାନା ଏସ୍‌ଆଇ ବିଶ୍ୱଜିତ ବେହେରା ସୂଚନା ଦେଇଛନ୍ତି।

Share