ପଥରରେ ଛେଚି ଦେଲେ

ବଡ଼ବିଲ,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ କ୍ୟାମ୍ପ ହଟିଂ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଘନଶ୍ୟାମ ସମାସି(୩୦)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରୁଗୁଡି ଥାନା ମାଙ୍କଡ଼ ହଟିଂ ଅଞ୍ଚଳର ସମା ବରାଜ ଓ ପ୍ରଭାସ ବରାଜ।

ସୂଚନା ଅନୁଯାୟୀ, ସୋମବାର ସକାଳେ ମୃତକଙ୍କ ଭାଇ ସାଗରଙ୍କ ଅଭିଯୋଗକୁ ଭିତ୍ତି କରି ବଡ଼ବିଲ ପୋଲିସ ଏକ ମାମଲା (ନଂ ୫୮/୨୦୨୧) ରୁଜୁ କରି ତଦନ୍ତ କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଥିଲା। ନିଶାସକ୍ତ ଅବସ୍ଥାରେ ଥିବାବେଳେ ଘନଶ୍ୟାମଙ୍କ ସହ ପ୍ରଭାସ ଏବଂ ସମାଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସମା ଏବଂ ପ୍ରଭାସ ପଥରରେ ଘନଶ୍ୟାମଙ୍କୁ ଛେଚି ହତ୍ୟା କରିଥିବା ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।

Share