ମୋ ଝିଅକୁ ଜ୍ୱାଇଁ, ଶାଶୁ , ଶ୍ୱଶୁର ଜୀବନ୍ତ ପୋଡ଼ି ମାରିଦେଲେ

ବଡ଼ସାହି,୨୦ା୧୧(ଦୀପକ ବୁଗୁଡ଼େଇ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତ ଚାଉଳିଆ ଷୋଳ ଗ୍ରାମସ୍ଥିତ ଏକ ଘର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଜବତ କରିଛି। ମୃତା ମହିଳା ଜଣକ ହେଲେ ସରୋଜ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା (୪୦)।

ସ୍ବାମୀ, ଶାଶୁ ଓ ଶ୍ୱଶୁର ମିଶି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଝାଡ଼ପୋଖରୀଆ ଥାନା ଅନ୍ତର୍ଗତ କୁଣ୍ଡଳବଣି ଗ୍ରାମର ସଂଯୁକ୍ତାଙ୍କ ବାପା ବଡ଼ସାହି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶାଶୁ ଘର ଲୋକେ ଦୀର୍ଘ ବର୍ଷ ଧରି ଯୌତୁକ ଦାବିରେ ସଂଯୁକ୍ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ। ସଂଯୁକ୍ତାଙ୍କ ବାହାଘର ୧୮ ବର୍ଷ ତଳେ ବୈଦିକ ରୀତିରେ ହୋଇଥିବା ବେଳେ ତାଙ୍କର ୧୬ ଓ ୧୪ ବର୍ଷର ଦୁଇ ପୁଅ ଅଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେଥିନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିବା ବେଳେ ବଡ଼ସାହି ପୋଲିସ ଏକ ମାମଲା(ନଂ. ୪୧୪/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ପଠାଯାଇଛି l

Share