Categories: ମେଟ୍ରୋ

ବାଇଗଣ ଖାଇବାରୁ ଛେଳିକୁ ମାରିଦେଲେ

ପୁରୁଣା ଭୁବନେଶ୍ୱର,୨୫ା୮(ସୁବାସ ଚନ୍ଦ୍ର ପ୍ରଧାନ): ବାଇଗଣ କିଆରିରେ ଏକ ଛେଳି ପଶି ବାଇଗଣ ଖାଇବାରୁ ଜମି ମାଲିକ ଛେଳିଟିକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଧଉଳି ଥାନା ଅଧୀନ ପଳାଶପୁର ଶାସନ ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଏହି ଗ୍ରାମର ଝୁଲଣ ବାରିକଙ୍କ ଏକ ଛେଳି ଏକ କିଆରିରେ ପଶି ବାଇଗଣ ଖାଇଥିଲା। ସେଠାରେ କୁଡ଼ିଆରେ ଥିବା ଜମି ମାଲିକ ଛେଳିଟିକୁ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଛେଳିଟିର ମୃତ୍ୟୁ ଘଟିଥିଲା। ଝୁଲଣ ଖୋଜାଖୋଜି କରିବା ପରେ ଛେଳିର ମୁଣ୍ଡ ପାଇଥିଲେ। ଏହା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ କହିଛନ୍ତି, ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଛି। ଛେଳି ହତ୍ୟାକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

Share