ଓ୍ବାଶିଂଟନ,୨୮।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା ଇସ୍ଲାମିକ ଷ୍ଟେଟ୍-ଖୋରାସାନ (ଆଇଏସ୍-କେ)। ଆମେରିକା ପକ୍ଷରୁ କରାଯାଇଥିବା ଡ୍ରୋନ ଷ୍ଟ୍ରାଇକ୍ରେ କାବୁଲ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି। ଏ ନେଇ ଆମେରିକାର ସେନା ମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଆଫଗିସ୍ତାନର ନାନଗରହାର ପ୍ରଦେଶରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଆମେ ଆମ ଲକ୍ଷ୍ୟକୁ ହତ୍ୟା କରିଛୁ। ଏଥିରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ନାହିଁ ବୋଲି ସେଣ୍ଟ୍ରାଲ କମାଣ୍ଡର କ୍ୟାପଟେନ ବିଲ ଅର୍ବାନ କହିଛନ୍ତି।
ଗୁରୁବାର ରାତିରେ ବିମାନ ବନ୍ଦରର ଆବେ ଫାଟକ ନିକଟରେ ଘଟିଥିବା ସିରିଜ୍ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ସୈନ୍ୟ ଥିଲେ। ଏହାପରେ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ହତ୍ୟା କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିଲେ।