ଶିକ୍ଷୟିତ୍ରୀଙ୍କୁ ମାରିଦେଲେ ଶାଶୁଘର ଲୋକେ, ସ୍ବାମୀ ଅଟକ

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ଚମ୍ପତିପୁରରେ ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ସ୍ବାଇଁ(୩୨)ଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ସ୍ବାମୀ ତପନ କୁମାର ସ୍ବାଇଁ(୩୫)କୁ ଅଟକ ରଖି ପଚରାଉଚରା କରିଛି। ଅଧିକ ଯୌତୁକ ନ ଦେବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଓଡ଼ଗାଁ ଥାନା ସାକେରି ଗାଁର ରାଜୀବ ପ୍ରଧାନଙ୍କ ଝିଅ ପଦ୍ମିନୀ ୧୧ ବର୍ଷ ତଳେ ଚମ୍ପତିପୁର ଗାଁର ତପନ କୁମାର ସ୍ବାଇଁଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ କନ୍ୟାଘର ପକ୍ଷରୁ ଦିଆଯାଇଥିଲା। କିଛି ମାସ ପରେ ପଦ୍ମିନୀ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥିଲେ। ଏହା ପରେ ବି ଶାଶୁଘର ଲୋକ ଅଧିକ ଯୌତୁକ ପାଇଁ ପଦ୍ମିନୀଙ୍କ ଉପରେ ଚାପ ପକାଇଥିଲେ। ଅଧିକ ଯୌତୁକ ଦେଇପାରିବେନି ବୋଲି ବାପଘର ମନା କରୁଥିବା ପଦ୍ମିନୀ କହିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା। ଭଦ୍ରଲୋକଙ୍କ ଉପସ୍ଥିତିରେ ବିଭିନ୍ନ ସମୟରେ ସମାଧାନ ହୋଇଥିଲେ ମଧ୍ୟ ଶାଶୁଘର ଲୋକେ ମିଳିମିଶି ପଦ୍ମିନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକାଳରେ ଚାଲିଗଲା ୨ ଜୀବନ: ପୋଲିସ ତଦନ୍ତ ଜାରି

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗିର ଦୀପକ ଭୋଳଙ୍କ ମୃତଦେହ ରବିବାର ଏକ କାଜୁ ବଗିଚାରୁ ମିଳିଥିଲା। ସେହିଭଳି ତାରସିଂ ଥାନା...

ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ ନାରା: ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ଭୁବନେଶ୍ୱର,୭।୪: ୱକ୍‌ଫ ବିଲ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ତୁମ୍ବିତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା...

‘ଆମ ସଂସ୍କୃତି,ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ: କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର

ତୁମୁଡିବନ୍ଧ,୭।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସମୋବାର ପୂର୍ବାହ୍ନରେ ଆମ ସଂସ୍କୃତି ଆମ ଖେଳନା...

କୋଦଳାରେ ଅଘଟଣ: ପୋଖରୀରେ ଚାଲିଗଲା ଜଣଙ୍କ ଜୀବନ

ବେଗୁନିଆପଡା,୭।୪(ସୁଶାନ୍ତ କୁମାର ପଟ୍ଟନାୟକ):ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ...

ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ

ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ...

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ

କେସିଙ୍ଗା,୭।୪(ତୁମେଶର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଶ୍ରୁପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ସ୍ବାସ୍ଥ୍ୟ ଦିବସ ସୋମବାର...

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଜଣେ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର...

”ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ନୁହେଁ”: ଶିକ୍ଷକମାନଙ୍କୁ ବହିଷ୍କାର କରିବା ନିର୍ଦ୍ଦେଶରେ ମମତା ବାନାର୍ଜୀଙ୍କ ବଡ ବୟାନ

ମୁମ୍ବାଇ,୭ା୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ନିଯୁକ୍ତି ବାତିଲ ହୋଇଥିବା ‘ଯୋଗ୍ୟ’ ଶିକ୍ଷକଙ୍କ ଚାକିରି ସୁରକ୍ଷା ପାଇଁ ପ୍ରତିଜ୍ଞା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image