ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଓ୍ବାର୍ଡ-୨ର ଲୁଣିଖିଆ ମୌଜାରୁ ରବିବାର ଏକ ଅଜଣା ଯୁବକଙ୍କ ମୃତଦେହ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜଣେ ଯୁବକ ସେହି ଅଞ୍ଚଳରେ ପଡ଼ିଥିବା ଦେଖିଥିଲେ। ତାଙ୍କ ବେକରେ କିଛି ଦାଗ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣଙ୍କ ଅଞ୍ଚଳ ପାଇଁ ଅଜଣା ବୋଲି ପୋଲିସ ସ୍ଥାନୀୟ ଲୋକମାନଙ୍କୁ ବୁଝାଶୁଝା କରି ଜଣାଇଛନ୍ତି। ମୃତ ଯୁବକ କେଉଁ ଅଞ୍ଚଳର ଜଣାପଡ଼ିନାହିଁ। ଘଟଣାରୁ ଅନୁମାନ କରାଯାଉଛି ଯେ, କେହି ଯୁବକଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପ୍ରକୃତ ଘଟଣା ପୋଲିସର ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି। ପୋଲିସ ମୃତଦେହକୁ ଜବତ କରି ଏ ସଂକ୍ରାନ୍ତରେ ୦୯/୦୨୦୨୪ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିଛି। ମୃତଦେହଟି ଅଚିହ୍ନା କାରଣରୁ ମୃତଦେହ ସଂରକ୍ଷଣ ପାଇଁ ଢେଙ୍କାନାଳ ନିଆଯିବ ବୋଲି ଥାନା ଅଧିକାରିଣୀ ମନୋସିନୀ ମହାପାତ୍ର କହିଛନ୍ତି। ଭୁବନ ଡାକ୍ତରଖାନାରେ ଥିବା ମୃତଦେହ ସଂରକ୍ଷଣ ଗୃହ ଦୀର୍ଘଦିନ ହେବ ଅଚଳ ଥିବାରୁ ମୃତଦେହକୁ ଢେଙ୍କାନାଳ ନିଆଯିବ।

Share