ଜମନକିରା,୨୫ା୩(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ଲୁସି ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା। ଏହି ସମୟରେ ଗାଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ କଟା ମୁଣ୍ଡକୁ ଧରି ଗାଁ ଦାଣ୍ଡରେ ବୁଲିଥିଲେ। ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ପାଇଥିଲେ। ଖବର ପାଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କୁ କାବୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଶାନ୍ତ ବିବାହିତ ଥିବା ବେଳେ ଘରେ ସ୍ତ୍ରୀ ଓ ଗୋଟିଏ ପିଲା ଥିବା ଜଣାଯାଇଛ।
Posted inଅପରାଧ, ଆମ ଜିଲା ଖବର, ରାଜ୍ୟ, ସମ୍ବଲପୁର