Posted inUncategorized

ଶୋଇଥିବା ଦମ୍ପତିଙ୍କୁ ହତ୍ୟା: ହତ୍ୟାକାରୀ ଶଡ଼ୁ ଗିରଫ

ନାକଟୀଦେଉଳ, ୨୮ା୭(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ତଥା ନାକଟୀଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅଧୀନ ପାଣ୍ଡୁରିଶିଳା ଗ୍ରାମରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର ଆବ୍ରାହମ କୁଜୁର(୩୫) ଏବଂ ତାଙ୍କ ସ୍ତ୍ରୀ କୁଆଁରୀ କୁଜୁର(୩୦)। ଏହି ଘଟଣାରେ ଆବ୍ରାହମଙ୍କ ଶଡ଼ୁ ଶିରକା କାର୍ମାଙ୍କୁ ରବିବାର ପୋଲିସ ଗିରଫ କରିଛି। ତାଙ୍କଠାରୁ ହାତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ପୋଲିସ ଜବତ କରିଛି। ଶିରକାଙ୍କ ଘର ପାଣ୍ଡୁରିଶିଳା ନିକଟସ୍ଥ ବୁଢ଼ୀପାଣି ଗ୍ରାମରେ। ଖବର ପାଇ ସକାଳେ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର, ଥାନା ଅଧିକାରୀ ସବିତାବାଳା ସେଠୀ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ସମ୍ବଲପୁରର ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଯାଇଛି।

ପୋଲିସ ସୂଚନା ଅନୁସାରେ ଆବ୍ରାହମ କୁଜୁର ଓ କୁଆଁରୀ ପାଣ୍ଡୁରିଶିଳା ଗ୍ରାମ ନିକଟ ଜଙ୍ଗଲ ପାଖରେ ଘର କରି ରହୁଥଲେ। ସବୁଦିନ ଭଳି କୁଜୁର ଦମ୍ପତି ଶନିବାର ରାତିରେ ଭୋଜନ କରି ୩ବର୍ଷର ସାନଝିଅ ସହ ଶୋଇଥିଲେ। ମଧ୍ୟରାତ୍ରରେ ଚିତ୍କାର ଶୁଣି ପାଖ କୋଠରିରେ ଶୋଇଥିବା ଆବ୍ରାହମଙ୍କ ସାନଭାଇ ସୁରେନ୍ଦ୍ର କୁଜୁର ଉଠି ପଡ଼ିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ମୁହଁ ଘୋଡ଼ାଇ ସେଠାରୁ ଦୌଡ଼ି ପଳାଇଥିବା ଦେଖିଥିଲେ। ଘର ଭିତରକୁ ଯିବା ପରେ ଖଟରେ ଆବ୍ରାହମ ଓ କିଛି ଦୂରରେ କୁଆଁରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଉଭୟଙ୍କ ଛାତି, ବେକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ଥିଲା। ଏହା ପରେ ସୁରେନ୍ଦ୍ର ଗାଁକୁ ଯାଇ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ।

ଗାଁ ଲୋକଙ୍କଠାରୁ ଖବର ପାଇ ରେଢ଼ାଖୋଲ ଥାନା ପୋଲିସ ରବିବାର ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହି ସମୟରେ ହତ୍ୟାକାଣ୍ଡରେ ଶିରକା କାର୍ମାଙ୍କ ସମ୍ପୃକ୍ତି ଥିବା ସୁରେନ୍ଦ୍ର ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଶିରକାଙ୍କୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ରେଢ଼ାଖୋଲ ଏସଡିପିଓ ମେହେର କହିଛନ୍ତି। ଶିରକା ବହୁ ସମୟରେ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଶିରକାଙ୍କ ସ୍ତ୍ରୀ ଭିଣୋଇ ଆବ୍ରାହମଙ୍କ ଘରକୁ ଚାଲି ଆସୁଥିଲେ। ଏହାକୁ ନେଇ ଆବ୍ରାହମଙ୍କ ସହ ଶିରକାଙ୍କର ସମ୍ପର୍କ ତିକ୍ତ ରହିଥିଲା। ଏହି କାରଣରୁ ଶିରକା ତାଙ୍କ ଭାଇ ଭାଉଜଙ୍କୁ ହତ୍ୟା କରି ଥାଇପାରନ୍ତି ବୋଲି ସୁରେନ୍ଦ୍ର କହିଛନ୍ତି। ହେଲେ ପ୍ରକୃତ କାରଣ କ’ଣ ତାହା ତଦନ୍ତ କଲାପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ଏ ନେଇ ରେଢ଼ାଖୋଲ ଥାନାରେ ଏକ ମାମଲା(ନଂ.୧୮୮/୨୦୨୪) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri