ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ ଅଞ୍ଚଳର ମହମ୍ମଦ ଆମିର(୨୮)। ସେ ହତ୍ୟା କରିଥିବା ସ୍ବୀକାର କରିବା ପରେ ଶୁକ୍ରବାର ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରାଯାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି। ଅତିରିକ୍ତ ଏସ୍‌ପି ରାଜକିଶୋର ମିଶ୍ରଙ୍କ ନେତୃତ୍ୱରେ ଜୋନ୍‌-୧ ଡିଏସ୍‌ପି ପୁଷ୍ପରାଣୀ ନିନ୍‌ଗୀ ଓ କ୍ରାଇମ୍‌ ଏକ୍ସପର୍ଟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ସେଦିନର ହତ୍ୟାକାଣ୍ଡ ସମ୍ପର୍କରେ ପଚାରିଥିଲେ।

ଅତିରିକ୍ତ ଏସ୍‌ପି ମିଶ୍ର ସୂଚନା ଦେଇ କହିଥିଲେ, ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଚକ୍ରଧରପୁର ନିବାସୀ ମହମ୍ମଦ ସାକିର ଓ ତାଙ୍କ ଶାଳକ ମହମ୍ମଦ ଆମିର ଏକ ବାଇକ୍‌ରେ କଳ୍ପତରୁ ଆଶ୍ରମ ରୋଡ୍‌କୁ ଆସିଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣରୁ ବିବାଦ ରହିଥିଲା। ସେଠାରେ ଆମିର ସାକିରଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଏକ ଛୁରିରେ ନିଜ ଗଳାକାଟି ଦେଇଥିଲେ। ପରେ ପୋଲିସଠାରୁ ବର୍ତ୍ତିବା ପାଇଁ ୩ଜଣ ଦୁର୍ବୃତ୍ତ ଧାରୁଆ ଛୁରିରେ ହତ୍ୟା କରିଥିବା କାହାଣୀ ରଚିଥିଲେ। ତେବେ ଆମିର ହତ୍ୟା କରିଥିବା ସ୍ବୀକାର କରିଥିବାରୁ ତାଙ୍କୁ ତଦନ୍ତରେ ସାମିଲ କରାଯାଇଛି ବୋଲି ମିଶ୍ର କହିଥିଲେ।

ଅପରପକ୍ଷେ ଅଭିଯୁକ୍ତ ଆମିର କହିଛନ୍ତି, କୌଣସି ଘଟଣାକୁ ନେଇ କିଛି ଲୋକଙ୍କ ସହ ମିଶି ଭିଣୋଇ ସାକିର ତାଙ୍କୁ ମାରିବାକୁ ଚାହୁଁଥିଲେ। ତେବେ ଯୋଜନାବଦ୍ଧ ଭାବେ ବାଇକ୍‌ରେ ବୁଲାଇବାକୁ ଆଣି ପଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ୍‌ ଜଙ୍ଗଲରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ।

ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗଳାକାଟି ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ବାହାରକୁ ଆସି ଉକ୍ତ କାହାଣୀ ଶୁଣାଇବା ସହ ନିଜେ ଅଚେତ ହୋଇଯାଇଥିଲେ। ସେ ଭଉଣୀ ଭିଣୋଇଙ୍କୁ ସେ ବହୁତ ଶ୍ରଦ୍ଧା କରୁଥିଲେ। ତେବେ ଭିଣୋଇଙ୍କ ବିଶ୍ୱାସଘାତକତା ଯୋଗୁ ତାଙ୍କୁ ହତ୍ୟା କରିଥିବା ଆମିର କହିଥିଲେ। ଉଲ୍ଲେଖନୀୟ, ଏହି ହତ୍ୟା ଘଟଣା ପରେ ମୃତକଙ୍କ ଭାଇ ଓ ବାପା ସେକ୍ଟର-୭ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ.୧୭୦/୨୪) ରୁଜୁ କରିଥିଲା। ଡ୍ରଗ୍ସ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri