ଗଣତନ୍ତ୍ରର ହତ୍ୟା: ଶୀଘ୍ର ଟ୍ରମ୍ପ୍‌ଙ୍କୁ ହଟାଯାଉ

ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଡ଼ା ନିନ୍ଦା କରିଛନ୍ତି। ଶୀଘ୍ର ଟ୍ରମ୍ପ୍‌ଙ୍କୁ ପଦରୁ ହଟାଯାଉ ବୋଲି ସାଂସଦ ଆର.ଓ. ଖାନ୍ନା କହିଛନ୍ତି। ସଂସଦ ପରିସରରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରି ଟ୍ରମ୍ପ୍‌ ସମର୍ଥକମାନେ ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଦେଶର ଜନତା ଟ୍ରମ୍ପ୍‌ଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଆମେରିକା ଜନତାଙ୍କ ପାଇଁ ଲୋକତନ୍ତ୍ର ଅତ୍ୟନ୍ତ ପବିତ୍ର। ଏହାର ଅବମାନନା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେହିପରି ସାଂସଦ ପ୍ରମିଳା ଜୟପାଳ କହିଛନ୍ତି ଯେ, ହିଂସାକାଣ୍ଡ ସମୟରେ ସେ ସଂସଦ ଭବନରେ ଥିଲେ। ସୁରକ୍ଷାକର୍ମୀ ସମସ୍ତ କବାଟ ଝରକା ବନ୍ଦ କରିଦେଇଥିଲେ। ଏହାପରେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିତ୍ବା ସେ କହିଛନ୍ତି।

Share