ଚୋରି ଧରାପଡ଼ିଯିବା ଭୟରେ ହତ୍ୟା

ବ୍ରହ୍ମପୁର,୧୨ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ପୋଲିସ ଅଧୀନ ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠନଗରରେ ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ସଦସ୍ୟା ସୌଦାମିନୀ ରଥଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଚୋରି ଧରାପଡିଯିବା ଭୟରେ କାର୍‌ ଡ୍ରାଇଭର କଟୁରୀରେ ପିଟି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଅଭିଯୁକ୍ତ କାର୍‌ ଡ୍ରାଇଭର ସୀମାଞ୍ଚଳ ସାହୁଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ପୋଲିସ ଅଭିଯୁକ୍ତଙ୍କୁ ଘରକୁ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିିଛି। ସୀମାଞ୍ଚଳଙ୍କ ସ୍କୁଟି ସହ ତାଙ୍କ ପକେଟରୁ ସୌଦାମିନୀଙ୍କ ମୋବାଇଲ ଫୋନ ଓ ଘରୁ କଟୁରୀ ଜବତ କରାଯାଇଛି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ସୌଦାମିନୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଅରୁଣା’ର ସମ୍ପାଦିକା ଥିବା ବେଳେ ଗତ ଜୁଲାଇ ୧୨ ତାରିଖରେ ସିଡବ୍ଲ୍ୟୁସି ସଦସ୍ୟା ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ଏକମାତ୍ର ପୁଅ ଓ ବୋହୂ ବେଙ୍ଗାଲୁରୁରେ ରୁହନ୍ତି। ସୌଦାମିନୀ ଏକା ରହୁଥିଲେ। ଗତ ୧୦ତାରିଖରେ ସେ ୩ ଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଘରେ ତାଲା ପକାଇ ଭୁବନେଶ୍ୱର ଆସିବା ବେଳେ ଗୁରୁବାର ଫେରିବେ ବୋଲି କାର ଡ୍ରାଇଭର ସୀମାଞ୍ଚଳଙ୍କୁ କହିଥିଲେ। କୌଣସି କାରଣବଶତଃ ସୌଦାମିନୀ ବୁଧବାର ରାତି ପ୍ରାୟ ସାଢେ ୧୦ଟାରେ ବ୍ରହ୍ମପୁର ଫେରି ଆସିଥିଲେ। ଘର ଭିତରେ ହଠାତ୍‌ ସୀମାଞ୍ଚଳଙ୍କୁ ଦେଖି ତାଙ୍କର ସନ୍ଦେହ ହୋଇଥିଲା। ସୌଦାମିନୀ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଫୋନରେ ଘଟଣା ସମ୍ପର୍କରେ କହିଥିଲେ। ସୀମାଞ୍ଚଳ ଧରାପଡିଯିବା ଭୟରେ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରି ଚମ୍ପଟ୍‌ ମାରିଥିଲେ। ଗୁରୁତର ଅବସ୍ଥାରେ ସୌଦାମିନୀ କାର ଡ୍ରାଇଭର ମୋତେ ମାରିଦେଲା ବୋଲି ସମ୍ପର୍କୀୟଙ୍କୁ ଚିତ୍କାର କରି ଜଣାଇଥିଲେ। ସମ୍ପର୍କୀୟମାନେ ଘରେ ପହଞ୍ଚି ସୌଦାମିନୀଙ୍କ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ଘଟଣା ସମ୍ପର୍କରେ ପୁଅ ପ୍ରବୀଣ ଓ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରାତିସାରା ଜଗି ରହିଥିଲା। ଗୁରୁବାର ସକାଳେ ପୁଅ ଓ ବୋହୁ ଆସିି ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ରହ୍ମପୁର ଟାଉନ ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି, କାର୍‌ ଡ୍ରାଇଭର ସୀମାଞ୍ଚଳ ଚୋରି କରିବା ଉଦ୍ଦେଶ୍ୟରେ ସୌଦାମିନୀଙ୍କ ଘରେ ପଶିଥିଲେ। ଧରାପଡ଼ିଯିବା ଭୟରେ ସେ ହତ୍ୟା କରିଛନ୍ତି। ସୌଦାମିନୀଙ୍କ ଭଉଣୀ ପୁଷ୍ପାଞ୍ଜଳୀ ଆଚାର୍ଯ୍ୟ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୩୧୦/୨୩) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ  ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜିପି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ଶହୀଦ ରାଜକିଶୋରଙ୍କ ଘରେ ପହଞ୍ଚିଲେ ମନ୍ତ୍ରୀ

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ସହିଦ ରାଜକିଶୋର ମୁଣ୍ତାଙ୍କ ଘରକୁ ଆଜି ମଧ୍ୟାହ୍ନରେ ରାଜ୍ୟ ଜଙ୍ଗଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image