Categories: ଜାତୀୟ

ସ୍ବାମୀଙ୍କୁ ମାରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ସ୍ତ୍ରୀ

ନୂଆଦିଲ୍ଲୀ, ୫ା୧: ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେସ୍‌ବୁକରେ ଘଟଣା ପୋଷ୍ଟ କରିବା ଏବଂ ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ନୂଆଦିଲ୍ଲୀ ଛତରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୩୬ ବର୍ଷୀୟା ମହିଳା ଜଣକ ପ୍ରଥମେ ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଏ ବାବଦରେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡ଼ୋଶୀ ମହିଳାଙ୍କ ଏଭଳି ପୋଷ୍ଟ ଦେଖି ତାଙ୍କ ଘର ନିକଟକୁ ଆସିଥିବାବେଳେ ତାହା ଭିତର ପଟୁ ବନ୍ଦ ରହିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଚେତ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଉଭୟେ ବୀମା କମ୍ପାନୀରେ କାମ କରୁଥିବା ଏବଂ ସେମାନଙ୍କ କୌଣସି ସନ୍ତାନ ସନ୍ତତି ନ ଥିବା ପୋଲିସ କହିଛି।

Share