ଘରେ ପଶି ଇସ୍ରାଏଲ ନାଗରିକଙ୍କୁ ହତ୍ୟା, ଭାଇରାଲ ହେଉଛି ଭୟଙ୍କର ଭିଡିଓ

ଜେରୁଜେଲମ୍‌,୧୬ା୧୦(୦୫): ହମାସ୍‌ ଆତଙ୍କବାଦୀମାନେ କିପରି ଇସ୍ରାଏଲୀଙ୍କ ଘରେ ପଶି ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ସୋମବାର ଏକ ଭିଡିଓ ଜାରି କରିଛି। ହମାସ୍‌ ଆତଙ୍କବାଦୀଙ୍କ ସୀମା ପାର କରି ଇସ୍ରାଏଲକୁ ପ୍ରବେଶ କରି ସାଧାରଣ ନାଗରିକଙ୍କୁ ସେମାନଙ୍କ ଘରେ ପଶି ଗୁଳି ଚଳାଇବାର ଭୟଙ୍କର ଭିଡିଓ ଏବେ ଭାଇରାଲ ହେଉଛି।

ଏହି ଭିଡିଓଟି ହମାସ୍‌ ସନ୍ତ୍ରାସବାଦୀଙ୍କ ବଡିରେ ଲାଗିଥିବା କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଜଣାପଡ଼ିଛି। ତେବେ ଏହି ଭିଡିଓ କେବେ ଶୁଟିଂ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଅକ୍ଟୋବର ୭ରେ ଇସ୍ରାଏଲରେ ହମାସ୍‌ ଆଶ୍ଚର୍ଯ୍ୟଜନକ ଆକ୍ରମଣ ସମୟରେ ଏହା ରେକର୍ଡ କରାଯାଇଥିଲା ବୋଲି କେତେକ ରିପୋର୍ଟରେ ଦର୍ଶାଯାଇଛି।

Share