ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଦେବଗଡ଼,୫।୪(ଡି.ଏନ୍‌.ଏ.): ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରେ ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ ଏଭଳି ଘଟିଛି। ମୃତ ମହିଳା ଜଣକ ସମ୍ବଲପୁର ଜିଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ ବୋଲି ଜଣାପଡିଛ। ଭାରତ ଫାଇନାନ୍ସ ଅଫିସରେ ମହିଳା ଜଣଙ୍କ ରାତିରେ କାମ ସାରି ଭିତିରିଆ ସାହିଠାରେ ଥିବା ନିଜର ଭଡା ଘରକୁ ଫେରୁଥିଲେ । ମାତ୍ର ଅଫିସ ସମ୍ମୁଖରେ ସ୍କୁଟିରେ ବସିବାକୁ ଯାଉଥିବା ବେଳେ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ପରେ ପଥର ଛେଚିି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଥେିଲେ । ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଆସିଥିଲେ। ସେମାନେ ପୋଲିସକୁ ଖବର ଦେଇ ରୀତାଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାପାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ମଧ୍ୟ ଅଧିକ ତଦନ୍ତ କରିବ। ତେବେ ରୀତାଙ୍କୁ କିଏ କାହିଁକି ହତ୍ୟା କଲା ସେ ନେଇ ସ୍ପଷ୍ଟ ହୋଇନାହିଁ।