Categories: ଜାତୀୟ

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏକ ନରସଂହାର, ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ଜରୁରୀ…

ଓ୍ବାଶିଂଟନ, ୨୮।୩ : କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ଏକ ନରସଂହାର ଭାବେ ଓ୍ବାଶିଂଟନ ସ୍ଥିତ ଇଣ୍ଟରନ୍ୟାଶନାଲ କମିଶନ ଫର୍‌ ହ୍ୟୁମ୍ୟାନ୍‌ ରାଇଟସ୍‌ ଆଣ୍ଡ୍‌ ରିଲିଜିୟସ୍‌ ଫ୍ରିଡମ୍‌ (ଆଇସିଏଚ୍‌ଆର୍‌ଆର୍‌ଏଫ୍‌) ସ୍ବୀକାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କ ପ୍ରତି କଠୋର ଦଣ୍ଡ ପିଧାନ ଜରୁରୀ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

୧୯୮୯-୧୯୯୧ ମଧ୍ୟରେ ହୋଇଥିବା ଏହି ନରସଂହାର ବିଚାର ସମୟରେ ଆଇସିଏଚ୍‌ଆର୍‌ଆର୍‌ଏଫ୍‌ ପକ୍ଷରୁ ୧୨ ଜଣ କଶ୍ମୀର ପଣ୍ଡିତଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ନିଜ ନିଜ ପ୍ରିୟ ପରିଜନଙ୍କୁ ସେମାନେ କିଭଳି ହରାଇଥିଲେ ତାହା ବର୍ଣ୍ଣନା କରିଥିଲେ। ଏହି ଘଟଣା ମାନବତା ବିରୋଧରେ ଏକ ଅପରାଧ ବୋଲି ଆଇସିଏଚ୍‌ଆର୍‌ଆର୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ବିଧାନ ଜରୁରୀ ବୋଲି ଆଇସିଏଚ୍‌ଆର୍‌ଆର୍‌ଏଫ୍‌ କହିଛି।

Share