Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ହତ୍ୟା

ଲକ୍ଷ୍ନୌ,୨।୯: କେନ୍ଦ୍ରମନ୍ତ୍ରୀ ତଥା ଭାଜପା ଏମ୍‌ପି କୌଶଲ୍‌ କିଶୋରଙ୍କ ଲକ୍ଷ୍ନୌସ୍ଥିତ ବାସଭବନରୁ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଛି। ମୃତକ ବିନୟ ଶ୍ରୀବାସ୍ତବ ମନ୍ତ୍ରୀଙ୍କ ପୁଅ ବିକାଶ କିଶୋରଙ୍କ ବନ୍ଧୁକ ଗୁଳିରେ ମରିଥିବା କୁହାଯାଉଛି। ଶ୍ରୀବାସ୍ତବ ଓ ବିକାଶଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ତେବେ ବିକାଶ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଶ୍ରୀବାସ୍ତବଙ୍କ ଭାଇ ଅଭିଯୋଗ କରିଛନ୍ତି। ଲକ୍ଷ୍ନୌ ନିକଟସ୍ଥ ବେଗାରିୟା ଗାଁରେ ଶୁକ୍ରବାର ଭୋର୍‌ ୪ଟାବେଳେ ଏହି ଘଟଣା ଘଟିଥିଲା। ପୋଲିସ ମାମଲା ରୁଜୁକରିବା ସହ ୬ ଜଣଙ୍କୁ ଅଟକ ରଖି ପରଚାଉଚରା କରୁଛି।

Share