‘ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା’

ଭଣ୍ଡାରିପୋଖରୀ,୩।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୟାବନାପୁର ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମ୍ନୀ ମହିଳା ସୋମବାର ଏକ ଆଫ୍‌ରନ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଅନ୍ୟପକ୍ଷେ ଅଧିକ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ମୃତ ଲକ୍ଷ୍ମୀପ୍ରିୟାଙ୍କ ଭାଇ ବିଶ୍ୱରଞ୍ଜନ ବିଶ୍ୱାଳ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଶାଶୁଘର ଲୋକେ ଲକ୍ଷ୍ମୀପ୍ରିୟାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୩୪୪/୨୨) ରୁଜୁ କରି ମୃତ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share