Categories: ଜାତୀୟ

ଏୟାର ହୋଷ୍ଟେସ୍‌ଙ୍କୁ ହତ୍ୟା

ମୁମ୍ବାଇ,୪ା୯: ଏୟାର ହୋଷ୍ଟେସ୍‌ ରୁପାଲ ଓଗ୍ରେ (୨୪)ଙ୍କ ମୃତଦେହ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ମିଳିଛି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ରୁପାଲଙ୍କ ଘର ଛତିଶଗଡ଼ରେ। ସେ ଏୟାର ଇଣ୍ଡିଆରେ ତାଲିମ ନେବା ଲାଗି ଗତ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ରବିବାର ବିଳମ୍ବିତ ରାତିରେ ଅନ୍ଧେରୀର ମାରୋଲ ଅଞ୍ଚଳରେ ଥିବା କ୍ରିଶନଲାଲ୍‌ ମାରଓ୍ବା ମାର୍ଗର ଏନ୍‌ଜି କମ୍ପ୍ଲେକ୍ସର ଏକ ଫ୍ଲାଟ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ତାଙ୍କ ବେକ କଟାଯାଇଥିବାରୁ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କେତେକ ଟିମ୍‌ ଗଠନ କରାଯାଇଛି।

Share