ଗାଁ ସଭାପତିଙ୍କ ଗଳା କାଟି ଫେରାର ମାରୁଥିଲେ ଅଭିଯୁକ୍ତ, ବାଟରେ ଗାଡ଼ି ଧକ୍କା ହେବାରୁ …

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର କେ. ରାଜେନ୍ଦ୍ର ରେଡ଼ି ଓରଫ ରାଜୁ(୫୧)। ସେ ଗାଁ ସଭାପତି ଥିଲେ।

ରାଜେନ୍ଦ୍ର ହତ୍ୟାକାଣ୍ଡ ଘଟଣାରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ଼ି(୨୭) ଓ ଏସ୍‌.ଶିବରାମ ରେଡ଼ି(୨୮) । ହତ୍ୟାକାଣ୍ଡ ପରେ ବାଇକ୍‌ରେ ଅଭିଯୁକ୍ତ ସୁବ୍ରତ ଫେରାର ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ରାସ୍ତା ଦୁର୍ଘଟଣାରେ ଆହତ ହେବାରୁ ସେ ଧରାପଡିଲେ। ମୃତକ ରାଜେନ୍ଦ୍ରଙ୍କ ସ୍ତ୍ରୀ କେ. ସୁକାନ୍ତି ରେଡ୍ଡିଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୮୩୬/୨୪) ରୁଜୁ ହୋଇଥିଲା। ଗିରିଫ ଅଭିଯୁକ୍ତଙ୍କଠାରୁ ପୋଲିସ ଘଟଣାରେ ବ୍ୟବହୃତ ଏକ ଛୁରି, ମୋବାଇଲ ଫୋନ୍‌ , ୨ଟି ବାଇକ୍‌ ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଗଞ୍ଜାମ ଜିଲା ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ରାଜେନ୍ଦ୍ର, ସୁବ୍ରତ ଓ ଶିବରାମଙ୍କ ମଧ୍ୟରେ ବିଭିନ୍ନ ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଲାଗି ରହୁଥିଲା । ଗତ ୨୦୧୯ ଓ ୨୦୨୧ରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବ୍ରହ୍ମପୁର ସଦର ଥାନାରେ ୨ଟି ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ରବିବାର ବିଳମ୍ବିତ ରାତିରେ ସୁବ୍ରତ ଓ ଶିବରାମ ଦୁହେଁ ମିଶି ରାଜେନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରାଜେନ୍ଦ୍ର ବ୍ରହ୍ମପୁରରୁ କାର୍ଯ୍ୟ ସାରି ବାଇକରେ ସାତପାଣ୍ଡିଆ ଗାଁକୁ ଫେରୁଥିବା ବେଳେ ସୁବ୍ରତ ଓ ଶିବରାମ ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଛକି ରହିଥିଲେ । ରାଜେନ୍ଦ୍ର ସେହି ରାସ୍ତାରେ ଆସୁଥିବା ବେଳେ ଦୁହେଁ ରାଜେନ୍ଦ୍ରଙ୍କୁ ଅଟକାଇବା ସହ ଧାରୁଆ ଛୁରିରେ ରାଜେନ୍ଦ୍ରଙ୍କ ଗଳା କାଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ଏକ ଧାନ ଜମିରେ ରାଜେନ୍ଦ୍ରଙ୍କ ମୃତଦେହ ଫୋପାଡି ଫେରାର ହୋଇ ଯାଇଥିଲେ।

ମୁଖ୍ୟ ଅଭିଯୁକ୍ତ ସୁବ୍ରତ ହତ୍ୟାକାଣ୍ଡ ପରେ ବାଇକ୍‌ରେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ତେବେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଏକ ଅଜଣା ଗାଡି ସହ ଧକ୍କା ହେବାରୁ ସେ ଆହତ ହୋଇଥିଲେ । ଆହତ ସୁବ୍ରତଙ୍କୁ ସ୍ଥାନୀୟ କିଛି ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁଁ ଆମ୍ବୁଲାନ୍ସରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁବ୍ରତ ଉଦ୍ଧାରକାରୀଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଉଦ୍ଧାରକାରୀ ଲୋକ ଘଟଣା ନେଇ ହିଞ୍ଜିଳି ଥାନାକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ଅଭିଯୁକ୍ତ ସୁବ୍ରତଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ଶିବରାମଙ୍କୁ ସାତ ପାଣ୍ଡିଆ ଗାଁରୁ ଗିରଫ କରିଛି।

ଘଟଣାସ୍ଥଳରେ ଆସିକା ଏସଡିପିଓ, ବ୍ରହ୍ମପୁର ସଦର, ହିଞ୍ଜିଳି ଓ ଶେରଗଡ଼ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ସୋମବାର ସକାଳେ ସାଇଣ୍ଟଫିକ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri