Advertisement

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଅଟକ

ବ୍ରହ୍ମପୁର ଅଫିସ,୫।୧୦: ବଡବଜାର ଥାନା ଅନ୍ତର୍ଗତ ପ୍ରେମନଗର ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ରହୁଥିବା କେ. ବାଳକୃଷ୍ଣ ପାତ୍ର(୪୭)।
ଅନ୍ୟପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ହତ୍ୟାକରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚାଳଇଛି। ଏପରିକି ପୋଲିସ ଘଟଣାସ୍ଥଳରୁ ପଥର ଜବତ କରିଛି। ଯୁବକ ଜଣଙ୍କ କେଉଁ କାରଣରୁ ବାଳକୃଷ୍ଣଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛନ୍ତି,ତାହାକୁ ନେଇ ପୋଲିସ ଖୋଳତାଡ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel