ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ପାଟଣାଗଡ଼: ୩୧ା୮(ପ୍ରହଲ୍ଲାଦ ପାଢ଼ି): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସି ଅଧୀନ ଟିକପାଲିର ହୀରାସାଗର ଖଣିରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଜିତେନ୍ଦ୍ର ଧୂବଳ। ଜଣେ ଯୁବକ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଖବର ପାଇ ପାଟଣାଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।