ଗୁଣି ଗାରେଡ଼ିକୁ ନେଇ ପିଟିପିଟି ହତ୍ୟା

ମାଲକାନଗିରି,୧୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣକୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ପଦିଆ ପଡିଆମୀ।
ସୂଚନା ଅନୁଯାୟୀ, ପଡିଆମୀ ଗୁଣିଗାରେଡି କରୁଥିବା ଗ୍ରାମବାସୀ ଜାଣି ପାରିଥିଲେ। ପରେ ଗ୍ରାମବାସୀ ପଡିଆମୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ତେବେ ଗୁଣି ଗାରେଡ଼ିକୁ କେନ୍ଦ୍ରକରି ଏହିପରି ଘଟଣା ଘଟିଥିବା ଜଣାପଡ଼ିିଛି। ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ମୃତଦେହ ଜବଦ କରି ଘଟଣାର ଅଧିକ ତଦନ୍ତ କରୁଛି ।