କିମ୍‌ ପୁଣି କଲେ ଆଣବିକ ପରୀକ୍ଷଣ…

ସିଓଲ, ୭।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆଣବିକ ନିରସ୍ତ୍ରିକରଣ ଚୁକ୍ତିକୁ ବେଖାତିର କରି ପୁଣି ସମୁଦ୍ରରରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛନ୍ତି। ଦକ୍ଷିଣ କୋରିଆର ସୈନ୍ୟ ବାହିନୀ ଦାବି କରିଛନ୍ତି ଯେ ଉତ୍ତର କୋରିଆ ଶନିବାର ଏହାର ପୂର୍ବ ସମୁଦ୍ରରେ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଚଳିତ ସପ୍ତାହରେ ଉତ୍ତର କୋରିଆର ଏହା ହେଉଛି ଦ୍ୱିତୀୟ ପରୀକ୍ଷଣ। ଏହା ସହିତ ସୈନ୍ୟବାହିନୀ ପକ୍ଷରୁ ସୂଚିତ କରାଯାଇଛି ଯେ ଏହା ଆଗାମୀ ସପ୍ତାହ କିମ୍ବା ଚଳିତ ମାସରେ କିମ୍‌ ପୁଣି ଆଣବିକ ପରୀକ୍ଷା କରିବାର ସମ୍ଭାବନା ରହିଛି।

କ୍ଷେପଣାସ୍ତ୍ରଟି କେଉଁ ପ୍ରକାରର ଏବଂ ଏହାର ଲକ୍ଷ୍ୟଭେଦ ଦୂରତା ସମ୍ପର୍କରେ ଦକ୍ଷିଣ କୋରିଆ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ସୂଚନାଯୋଗ୍ୟ ଯେ ଦକ୍ଷିଣ କୋରିଆ ଏବଂ ଜାପାନର ସୈନ୍ୟବାହିନୀର ତିନି ଦିନ ପୂର୍ବରୁ ଉତ୍ତର କୋରିଆ ଏହାର ରାଜଧାନୀ ପୋଙ୍ଗୟାଙ୍ଗଠାରୁ ଏକ ସନ୍ଦିଗ୍ଧ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ବୋଲି ସୂଚନା ପ୍ରଦାନ କରିଥିଲେ। ଏହି ନୂତନ ପରୀକ୍ଷଣ ଚଳିତ ବର୍ଷ ଉତ୍ତର କୋରିଆର ୧୫ ତମ କ୍ଷେପଣାସ୍ତ୍ର ପରୀକ୍ଷା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share