ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୨।୭ : ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ବୁଧବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଏକ ଉତ୍ତେଜନାମୂଳକ ପରି ପୂର୍ବ ସାଗର ଆଡକୁ ଏକ ନିର୍ଦ୍ଦିଷ୍ଟ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଘୋଷଣା କରିଛନ୍ତି ଏହା ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଏହି ରିପୋର୍ଟରେ କୁହାଯାଇଛି ଏ ସମ୍ପର୍କରେ ଅଧିକ ସୂଚନା ଦିଆଯାଇ ନାହିଁ। ଆମେରିକାର ଗୁପ୍ତଚର ବିମାନ ଅପରେଶନ ବିରୋଧରେ ଉତ୍ତର କୋରିଆର ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ପ୍ୟୋଙ୍ଗୟାଙ୍ଗ ଏହି ସପ୍ତାହ ଆରମ୍ଭରେ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହାପୂର୍ବରୁ ଉତ୍ତର କୋରିଆ ଜୁନ ୧୫ ରେ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା ବୋଲି ୟୋନହାପ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

Share