ସିଓଲ,୮ା୨: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅକୁ ଦେଶର ସାମରିକ ପ୍ରତିଷ୍ଠାର ୭୫ତମ ବାର୍ଷିକୀ ପାଳନ ଅବସରରେ ସୈନିକମାନଙ୍କୁ ଭେଟିବା ପାଇଁ ଆଣିଥିଲେ। ଏହି ସମୟରେ ସେ ତାଙ୍କର ପରମାଣୁ ସଶସ୍ତ୍ର ସେନାର ଶକ୍ତିକୁ ପ୍ରଶଂସା କରିଥିଲେ। ସରକାରୀ ଗଣମାଧ୍ୟମ ବୁଧବାର ଏହି ସୂଚନା ଦେଇଛନ୍ତି।
ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ ବିରାଟ ସାମରିକ ପରେଡ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଯେଉଁଠାରେ ଏହା ବଢୁଥିବା ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମରୁ ଅତ୍ୟାଧୁନିକ ହାର୍ଡଓ୍ବେୟାର ପ୍ରଦର୍ଶନ କରିପାରିବ ଏବଂ ଏହାର ପଡ଼ୋଶୀ ତଥା ଆମେରିକାର ମଧ୍ୟ ଚିନ୍ତା ବଢ଼ିବ।
କିମଙ୍କ ଝିଅ କିମ ଜୋ ଏ, ଯିଏକି ୯ କିମ୍ବା ୧୦ ବର୍ଷର ବୋଲି କୁହାଯାଉଛି। ତାଙ୍କ ପିତାଙ୍କ ପାଖରେ ଠିଆ ହୋଇଥିଲେ। ଏହି ସମୟରେ ସେ ବରିଷ୍ଠ ଅଧିକାରୀଙ୍କ ସହ ହାତ ମିଳାଇ ସେମାନଙ୍କ ପାଖରେ ଏକ ଟେବୁଲରେ ବସିଥିଲେ।
ବିଶ୍ଳେଷକମାନେ କହିଛନ୍ତି, କିମ୍ ଝିଅଙ୍କୁ ତାଙ୍କ ସୈନ୍ୟବାହିନୀ ସହିତ ଜଡ଼ିତ ସର୍ବସାଧାରଣ କାର୍ଯ୍ୟକ୍ରମରେ ଆଣିବା ପାଇଁ ନିଷ୍ପତ୍ତି ବିଶ୍ୱକୁ ସ୍ମରଣ କରାଇ ଦେଇଛି। ଝିଅଙ୍କୁ କିମ୍ଙ୍କ ଉତ୍ତରାଧିକାରୀ ବୋଲି ଲୋକେ କହୁଛନ୍ତି। କିମ୍ ୪ର୍ଥ ଥର ପାଇଁ ସର୍ବସାଧାରଣକୁ ଝିଅକୁ ଆଣିଛନ୍ତି। ତାଙ୍କ ପରମାଣୁ ଅସ୍ତ୍ରରେ ସ୍ବେଚ୍ଛାକୃତ ଭାବେ ଆତ୍ମସମର୍ପଣ କରିବାର ତାଙ୍କର ଉଦ୍ଦେଶ୍ୟ ନାହିଁ।