୨୦ ବର୍ଷରେ ୧୭୬ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୧ : ଚଳିତ ବର୍ଷ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଆକ୍ସନ ମୋଡରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରୁ କ୍ଷେପଣାସ୍ତ୍ର ପରୀକ୍ଷା ଆରମ୍ଭ କରିଥିଲେ ଏବଂ ପ୍ରାୟ ପ୍ରତି ମାସରେ ପରୀକ୍ଷଣ ଜାରି ରହିଥିଲା।

ଏହାପୂର୍ବରୁ କିମ୍‌ଙ୍କ ନିର୍ଦ୍ଦେଶରେ ଉତ୍ତର କୋରିଆ ଆଇସିବିଏମ ପରୀକ୍ଷା ସମେତ ୨୦୧୭ ମସିହାରେ ସର୍ବାଧିକ ୧୬ ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଉଲ୍ଲେଖନୀୟ କଥା ହେଉଛି, ତାଙ୍କ ପିତା ତଥା ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ପରେ ଡିସେମ୍ବର ୨୦୧୧ ରେ କିମ୍‌ କ୍ଷମତାକୁ ଆସିଥିଲେ। ଏହା ପରେ କିମ ଜୋଙ୍ଗ ଉନ ମଧ୍ୟ ତାଙ୍କର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଶକ୍ତି ହାସଲ କରିବା ପରେ ଉତ୍ତର କୋରିଆ କିମଙ୍କ ନିର୍ଦ୍ଦେଶରେ ୨୦୦୨ଠାରୁ ଗତ ୨୦ ବର୍ଷ ମଧ୍ୟରେ ପରୀକ୍ଷଣ ନାମରେ ୧୭୬ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତିି।

ଚଳିତ ବର୍ଷ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସେ ମୋଟ ୨୮ ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି ୨୮ ଥରରେ ସେ ଏପର୍ଯ୍ୟନ୍ତ ୭୧ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ମଙ୍ଗଳବାର ଉତ୍ତର କୋରିଆ ଏକାସାଙ୍ଗରେ ୨୩ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୨୦୦୨ଠାରୁ ଉତ୍ତର କୋରିଆ ମୋଟ ୯୦ ଥର କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସମୟ ମଧ୍ୟରେ ଉତ୍ତର କୋରିଆ ସମୁଦାୟ ୧୭୬ ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେଥିମଧ୍ୟରୁ ଅଳ୍ପ କିଛି ବିଫଳ ହୋଇଥିଲା। ୪ ଜୁଲାଇ ୨୦୧୭ ରେ ଉତ୍ତର କୋରିଆ ଏହାର ହାସାଙ୍ଗ ୧୪ ଆଇସିବିଏମ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ଏହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରୀକ୍ଷା କରାଯାଇଛି ।

Share