ଉତ୍ତର କୋରିଆରେ ହାହାକାର: ସେନା ଶାସକ କହିଲେ ଇତିହାସରେ ସବୁଠାରୁ ବଡ ଚ୍ୟାଲେଞ୍ଜର ସାମ୍ନା କରୁଛି ଦେଶ

ପୋଙ୍ଗୟାଙ୍ଗ,୧୪ ।୫: ଉତ୍ତର କୋରିଆରେ କରୋନା ମହାମାରୀ ପ୍ରବେଶ କରିବା ପରେ ଏବେ ସେଠାରେ ହାହାକାର ଦେଖାଯାଇଛି । ଦେଶରେ ୧୭ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ମୃତ୍ୟୁ ଦେଶବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ପରିସ୍ଥିତିକୁ ଦେଖି ସେନା ଶାସକ କିମ ଜୋଙ୍ଗ ଉନ ବି ଡରି ଯାଇଛନ୍ତି ।
ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କେସିଏନର ରିପୋର୍ଟ ଅନୁସାରେ କିମ ଜୋଙ୍ଗ ଉନ କହିଛନ୍ତି ଦେଶ ସ୍ଥାପନ ପରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ ଚ୍ୟାଲେଞ୍ଜର ସାମ୍ନା କରୁଛି । ସ୍ପୁଟନିକ ନ୍ୟୁଜ ଏଜେନ୍ସି କେସିଏନର ରିପୋର୍ଟ ଆଧାରରେ କହିଛି, ଦେଶରେ କରୋନା ଭାଇରସ ରୋଧି ବନ୍ଦୋବସ୍ତ କରାଯିବା ସହ ସଂକ୍ରମଣ ନ ବ୍ୟାପିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share