ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍‌ ଜୋଙ୍ଗ୍‌ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏଥରକ ଅଧିକ ଶକ୍ତିଶାଳୀ ଏବଂ ବହୁତ ଦୂର ପଯର୍ର୍‌ୟନ୍ତ ଯାଇ ପାରୁଥିବା କ୍ଷେପଣାସ୍ତ୍ର ପ୍ରୟୋଗ କରିବ ଉତ୍ତରକୋରିଆ। ଆମେରିକା ନିର୍ବାଚନର ଠିକ୍‌ ପୂର୍ବରୁ କିମ୍‌ଙ୍କ ଏହି ଶକ୍ତି ପ୍ରଦର୍ଶନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିବ।
ପରିମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ନେଇ ଆମେରିକା ଏବଂ ଉତ୍ତରକୋରିଆ ମଧ୍ୟରେ ପ୍ରଥମରୁ ବିବାଦ ଚାଲିଛି। ଏହି କାରଣରୁ ଆମେରିକା ଉତ୍ତରକୋରିଆ ପ୍ରତି କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ କିମ୍‌ ଜୋଙ୍ଗ୍‌ ନିଜ ଦେଶରେ ଆହୁରି ଶକ୍ତିଶାଳୀ ହୋଇଉଠିଛନ୍ତି। କିମ୍‌ ଜୋଙ୍ଗ୍‌ ନିଜ ମିଶନକୁ ପୂରା କରିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରୁଛନ୍ତି। ଉତ୍ତରକୋରିଆ ଆଉ ଏକ ନୂଆ ପରିମାଣୁ ଅସ୍ତ୍ର ତିଆରି କରିଛି। ଚଳିତ ବର୍ଷ ଆରମ୍ଭରୁ ନୂତନ କ୍ଷେପଣାସ୍ତ୍ର ତିଆରି କରିବାରେ ଲାଗିପଡ଼ିଛି ଏହି ଦେଶ।
୧୦ ଅକ୍ଟୋବରରେ ଉତ୍ତରକୋରିଆରେ ଓ୍ବାର୍କର୍ସ ପାର୍ଟିର ୭୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ପରେଡ୍‌ରେ ସର୍ବସାଧାରଣରେ ପ୍ରଦର୍ଶନ କରାଯିବ। ୨୦୧୭ରେ ପ୍ରଦର୍ଶିତ କ୍ଷେପଣାସ୍ତ୍ର ଠାରୁ ଏହା ଆହୁରି ଅଧିକ ଶକ୍ତିଶାଳୀ।

Share