ରୁଷିଆରେ ପହଞ୍ଚିଲେ କିମ୍‌

ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।

ତାଙ୍କ ସହିତ ଅନ୍ୟ କୂଟନୀତିଜ୍ଞ ଏବଂ ସାମରିକ କମାଣ୍ଡୋଙ୍କ ବ୍ୟତୀତ ଆମର୍‌ସ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ। ଏହି ଯାତ୍ରା ସମୟରେ କିମ୍‌ ଏବଂ ପୁଟିନ୍‌ଙ୍କ ମଧ୍ୟରେ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ବ୍ୟତୀତ ଆମେରିକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉଭୟ ଦେଶ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇପାରେ।

Share