କିମ୍‌ ଜୋଙ୍ଗ ଉନଙ୍କ ଯୋଜନା: ଦକ୍ଷିଣ କୋରିଆ ଉପରେ କରିବେ ଆକ୍ରମଣ…

ପ୍ୟୋଙ୍ଗୟାଙ୍ଗ,୨୭।୧୧ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ସୀମା ନିକଟରେ ନିଜର ସୈନିକମାନଙ୍କୁ ପଠାଇଛି। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଇଛି। ଦୁଇ ଦେଶ ମଧ୍ୟରେ ସାମରିକ ଚୁକ୍ତିନାମା ସ୍ଥଗିତ ରହିବା ପରେ ଉତ୍ତର କୋରିଆ ଗାର୍ଡ ପୋଷ୍ଟରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ନଭେମ୍ବର ୨୧ରେ ମହାକାଶକୁ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଏବେ ଉତ୍ତରକୋରିଆର ଏଭଳି ପଦକ୍ଷେପ ଦ୍ୱାରା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

Share