ଦୂରଗାମୀ ରକେଟ ଉତକ୍ଷେପଣ କଲେ କିମ୍‌ …

ପ୍ୟୋଙ୍ଗୟାଙ୍ଗ,୨୪।୮ : ଉତ୍ତର କୋରିଆ ଗୁରୁବାର ସକାଳେ ଏକ ଦୂରଗାମୀ ରକେଟ ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଏଥି ସହିତ ଜାପାନ ଦାବି କରିଛି ଗୁରୁବାର ସକାଳେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାପୂର୍ବରୁ ଉତ୍ତର କୋରିଆ ଉପଗ୍ରହ ଉତକ୍ଷେପଣ ଘୋଷଣା କରିଥିଲା।

ଦକ୍ଷିଣ କୋରିଆର ସୈନ୍ୟ କହିଛନ୍ତି ଉତ୍ତର କୋରିଆ ଏକ ମହାକାଶଯାନ ଉତକ୍ଷେପଣ କରିଛି। ଏହାପୂର୍ବରୁ ମେ ମାସରେ ଉତ୍ତର କୋରିଆ ସାମରିକ ଅନୁସନ୍ଧାନ ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଥିଲା। ଏହା ପରେ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଖୁବ ଶୀଘ୍ର ଉପଗ୍ରହ ବହନ କରୁଥିବା ରକେଟ ପୁନ-ଉତକ୍ଷେପଣ ବିଷୟରେ କହିଥିଲେ।

Share