ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡି

ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଜଣାପଡିଥିଲା। ଦୁହିଁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନେକ ସ୍ଥାନରେ ଉଭୟଙ୍କୁ ସାଙ୍ଗରେ ଦେଖିବାକୁ ମିଳେ। ନିକଟରେ ଏକ ଖବର ଆସିଛି କି ଖୁବ୍‌ଶୀଘ୍ର ଲିଆଣ୍ଡର୍‌ ପେସ ଏବଂ କିମ ଶର୍ମା କୋର୍ଟ ବିବାହ କରିପାରନ୍ତି। ଦୀର୍ଘ ବର୍ଷର ଡେଟ୍‌ କରିବା ପରେ ଏବେ ସ୍ବାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି । ନୂଆ ସମ୍ପର୍କ ପାଇଁ କିମ ଶର୍ମା ଏବଂ ଲିଆଣ୍ଡର୍‌ ପେସ ମଧ୍ୟ ସେମାନଙ୍କ ମାଆ-ବାପାଙ୍କଠାରୁ ଆଶୀର୍ବାଦ ମଧ୍ୟ ପାଇ ସାରିଛନ୍ତି । ଦୁହିଁଙ୍କ ସମ୍ପର୍କ ପାଇଁ ଉଭୟଙ୍କ ପରିବାର ପକ୍ଷରୁ ଅନୁମତି ମଧ୍ୟ ମଞ୍ଜୁର ମିଳିଥିବା ଜଣାପଡିଛି।

Share