କିମ୍‌ ଶର୍ମା-ପେସଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ: ଫିଲ୍ମ ‘ମହବତୈ’ରେ ନିଜର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ କିମ୍‌ ଶର୍ମା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ଲିଏଣ୍ଡର ପେସଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ତେବେ କିମ୍‌ ଏବଂ ଲିଏଣ୍ଡର ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ହେଲେ କିମ୍‌ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଲିଏଣ୍ଡରଙ୍କ ସମସ୍ତ ଫଟୋ ଡିଲିଟ୍‌ କରିଦେଇଥିବା ବ୍ରେକ୍‌ଅପର କାରଣ ବୋଲି କୁହାଯାଉଛି।

କିମ୍‌ ଶର୍ମା ଦୀର୍ଘ ଦିନ ଧରି ଭାରତୀୟ ଟେନିସ ତାରକା ଲିଏଣ୍ଡର ପେସଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ସମ୍ପର୍କକୁ କେବେବି ଗୁପ୍ତ ରଖି ନ ଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହି ଲଭ୍‌ବାର୍ଡ ଖୋଲାଖୋଲି ଭାବରେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରୁଥିବା ନଜର ଆସନ୍ତି। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। ଏଥି ସହିତ କିମ୍‌ ବର୍ତ୍ତମାନ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଲିଏଣ୍ଡରଙ୍କ ସମସ୍ତ ସ୍ମୃତି ଲିଭାଇ ଦେଇଛନ୍ତି। କିନ୍ତୁ ଲିଏଣ୍ଡର କିମ୍‌ଙ୍କ ଚିତ୍ର ଡିଲିଟ କରିନାହାଁନ୍ତି।

Share