ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଦେଖି କିମ୍‌ ଛାନିଆ, ସମୁଦ୍ରକୁ ନିକ୍ଷେପ କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର

ସିଓଲ,୨ା୯: ଆମେରିକା ଏବଂ ଦକ୍ଷିଣ କୋରିଆ ସୈନ୍ୟବାହିନୀର ମିଳିତ ସାମରିକ ଅଭ୍ୟାସର ଜବାବରେ ଉତ୍ତର କୋରିଆ ଶନିବାର ସମୁଦ୍ରରେ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା କହିଛି।

ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଏକ ବିବୃତ୍ତିରେ କହିଛନ୍ତି ଯେ, ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁପ୍ତଚର ଅଧିକାରୀମାନେ ଉତ୍‌କ୍ଷେପଣର ବିବରଣୀ ବିଶ୍ଳେଷଣ କରୁଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆର ୧୧ ଦିନିଆ ମିଳିତ ସାମରିକ ଅଭ୍ୟାସ ସମାପ୍ତ ହେବାର ଦୁଇ ଦିନ ପରେ ଉତ୍ତର କୋରିଆ ଏହି ଲଞ୍ଚ କରିଛି। ଯୁଦ୍ଧ ପାଇଁ ରିହର୍ସାଲ ଭାବରେ ଉତ୍ତର କୋରିଆ ଦୀର୍ଘ ଦିନ ଧରି ଆମେରିକା ଏବଂ ଦକ୍ଷିଣ କୋରିଆର ସାମରିକ ଅଭ୍ୟାସକୁ ନିନ୍ଦା କରିଆସୁଛି।

Share