କିମ୍‌ କଲେ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ: ଜାପାନ ପକ୍ଷରୁ ସର୍ତକ ସୂଚନା ଜାରି…

ଟୋକିଓ/ପ୍ୟୋଙ୍ଗୟାଙ୍ଗ,୩୧।୫ : ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ନିଶ୍ଚିତ କରିବା ପରେ ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆର ସାମରିକ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ତେବେ ଦକ୍ଷିଣ କୋରିଆର ସୈନ୍ୟବାହିନୀର ବିବୃତ୍ତି ପରେ ଜାପାନ ବୁଧବାର ସକାଳେ ଓକିନାୱା ଅଞ୍ଚଳ ପାଇଁ କ୍ଷେପଣାସ୍ତ୍ର ଚେତାବନୀ ପ୍ରଣାଳୀକୁ ସକ୍ରିୟ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ଏହି ସତର୍କ ସୂଚନା ଜାରି କରାଯାଇଛି। କ୍ଷେପଣାସ୍ତ୍ର ଉତକ୍ଷେପଣ ସମ୍ପର୍କରେ ପିଏମଓ କହିଛି ଲାଗୁଛି ଉତ୍ତର କୋରିଆ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ କୋଠା କିମ୍ବା ଭୂତଳ ସ୍ଥାନରେ ଆଶ୍ରୟ ନେବା ଲାଗି ସତର୍କ ସୂଚନା ଜାରି କରାଯାଇଛି।

ତେବେ ପ୍ରାୟ ୩୦ ମିନିଟ ପରେ ସରକାର ଟୁଇଟ କରି କହିଛନ୍ତି ଏହି ସତର୍କ ସୂଚନା ବାତିଲ କରାଯାଇଛି। ସରକାର କହିଛନ୍ତି ଆଶା କରାଯାଉଛି ଏହି କ୍ଷେପଣାସ୍ତ୍ର ଜାପାନ ଅଞ୍ଚଳ ଆଡକୁ ଆସିବ ନାହିଁ।

Share