କିମ୍‌ ପୁଣି ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ…

ସିଓଲ,୩୧।୧୨ : ଉତ୍ତର କୋରିଆ ପୁଣି ଥରେ ପୂର୍ବ ଅଞ୍ଚଳର ଜଳ କ୍ଷେତ୍ରରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ଅନୁଯାୟୀ ଉତ୍ତର କୋରିଆ ପୁଣି ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି।

ଉତ୍ତର କୋରିଆ ଏକ ଆନ୍ତମହାଦ୍ୱିପୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହାପୂର୍ବରୁ ନଭେମ୍ବର ୧୮ ରେ ଉତ୍ତର କୋରିଆ ଏକ ଆନ୍ତର୍ଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ପରୀକ୍ଷା କରିଥିଲା। ଆମେରିକା ଏବଂ ଜାପାନ ଏହାକୁ ଆଞ୍ଚଳିକ ସ୍ଥିରତା ପାଇଁ ବିପଦ ବୋଲି କହିଛନ୍ତି ଏବଂ ଉତ୍ତର କୋରିଆର ବେଆଇନ ଅସ୍ତ୍ରଶସ୍ତ୍ର ବିକାଶ କାର୍ଯ୍ୟକ୍ରମ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ କରିବାକୁ ଜିଦ ଧରିଛନ୍ତି। ଏଥି ସହିତ ଉତ୍ତର କୋରିଆ କହିଛି ଯେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହା କ୍ଷେପଣାସ୍ତ୍ର ପରୀକ୍ଷା କରୁଛି।

କେତେକ ବିଶେଷଜ୍ଞ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ଏବଂ ଅନ୍ୟାନ୍ୟ କଟକଣାରୁ ମୁକ୍ତି ପାଇବା ପାଇଁ ଉତ୍ତର କୋରିଆ ଆଣବିକ ଅସ୍ତ୍ର ପରୀକ୍ଷା କରୁଛି। ତେବେ ଉତ୍ତର କୋରିଆର ଆଣବିକ କ୍ଷମତାର ପ୍ରକୃତ ସ୍ଥିତି ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିଶେଷଜ୍ଞମାନେ ମଧ୍ୟ ଆକଳନ କରିଛନ୍ତି ଯେ ଉତ୍ତର କୋରିଆରେ ଥିବା କ୍ଷେପଣାସ୍ତ୍ର ସମଗ୍ର ଆମେରିକାକୁ ଆକ୍ରମଣ କରିବାକୁ ସକ୍ଷମ।

Share