ଆମେରିକାକୁ ଧମକ ଦେଲେ କିମ୍‌ …

ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ ପୁଣି ବଢ଼ିବାରେ ଲାଗିଛି। କିମ୍‌ ଏବେ ଆମେରିକାକୁ ସିଧାସଳଖ ଧମକ ଦେଇଛନ୍ତି।ସେ କହିଛନ୍ତି ଯେ କୌଣସି ଦେଶ ତାଙ୍କୁ ବ୍ଲାକମେଲ କରିବା ଉଚିତ ନୁହେଁ। କାରଣ ଉତ୍ତରକୋରିଆ ମଧ୍ୟ କିପରି ଉତ୍ତର ଦେବ ତାହା ଜାଣିଛି ।

କିମ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ସହିତ ଦକ୍ଷିଣ କୋରିଆକୁ ମଧ୍ୟ ସତର୍କ କରିଛି। ଉତ୍ତର କୋରିଆର ଏହି ଧମକ ଯୋଗୁ ଏବେ ବିଶ୍ୱରେ ଆଣବିକ ଯୁଦ୍ଧର ସଙ୍କଟ ସୃଷ୍ଟି ହୋଇଛି। ଏଥି ସହିତ ସାଟେଲାଇଟ ଫଟୋରୁ ଜଣାପଡିଛି ଯେ ଉତ୍ତର କୋରିଆ ଏହାର କ୍ଷେପଣାସ୍ତ୍ରକୁ ଆଣବିକ ଅସ୍ତ୍ରରେ ସଜାଡ଼ିବା ପାଇଁ ପ୍ରସ୍ତୁତ ହେଉଛି।

ଏହା କୁହାଯାଉଛି ଯେ କିମ୍‌ ମହାଶକ୍ତିଶାଳୀ ପରମାଣୁ ଅସ୍ତ୍ର ତିଆରି କରିବାକୁ ଚାହୁଁଛନ୍ତି। ଏପରିକି ଏକ ଆଲୋଚନା ହେଉଛି କିମ୍‌ ଖୁବ୍‌ ଶୀଘ୍ର ସପ୍ତମ ଆଣବିକ ପରୀକ୍ଷା କରିବାକୁ ଯାଉଛନ୍ତି।

Share