ଜୀବନ ସହ ବାଜି ଲଗାଇ ସୁରକ୍ଷିତ ରଖିବାକୁ ହେବ କିମ୍‌ଙ୍କ ଫଟୋ, ନ ହେଲେ ମୃତ୍ୟୁଦଣ୍ଡ…

ପ୍ୟୋଙ୍ଗୟାଙ୍ଗ,୧୨।୮ : ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନ ଦେଇ ସୁରକ୍ଷିତ ରଖିବାକୁ ପଡ଼ିବ। ଟାଇଫୁନ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ ବର୍ଷା ଏବଂ ପବନ ବେଗ ବଢ଼ିବାରେ ଲାଗିଛି। ଘୂର୍ଣ୍ଣିବଳୟ ଯୋଗୁଁ ବହୁଘର ନଷ୍ଟ ହେବାର ଆଶଙ୍କା ରହିଛି। ସୁରକ୍ଷା ପାଇଁ ଲୋକେ ଘରୁ ଆଶ୍ରୟସସ୍ଥଳକୁ ଯିବାବେଳେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବଂଶର ଫଟୋ ସାଥିରେ ନେବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଦେଶକୁ ଅବମାନନା କଲେ ମୃତ୍ୟୁଦଣ୍ଡ। ସରକାରଙ୍କଠାରୁ ମିଳିଥିବା ଏହି ଆଦେଶରେ ଜଣେ ଶାସକ କିମ ଜୋଙ୍ଗ କେତେ ବଡ଼ ବୋଲି କହିଛନ୍ତି। କିମ ଜୋଙ୍ଗ-ଇଲ ଏବଂ କିମ ଇଲ-ସୁଙ୍ଗଙ୍କ ଫଟୋ ଦେଶର ପ୍ରତ୍ୟେକ ଘର  ଏବଂ କାର୍ଯ୍ୟାଳୟରେ ପ୍ରଦର୍ଶିତ ହେଉଛି। ଯଦି କେହି ଫଟୋକୁ କ୍ଷତି କରନ୍ତି କିମ୍ବା ସେଗୁଡ଼ିକୁ ସୁରକ୍ଷିତ ରଖିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଭୁଲରେ ଏହା ନଷ୍ଟ ହେଲେ ମଧ୍ୟ ମୃତ୍ୟୁଦଣ୍ଡ ସ୍ଥିର କରାଯାଇଛି।

ବାସ୍ତବରେ, କିମଙ୍କ ରାଜବଂଶର ଫଟୋକୁ ସୁରକ୍ଷିତ ରଖିବା ପ୍ରତ୍ୟେକ କୋରିଆବାସୀଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରାଯାଇଥାଏ। ସମସ୍ତଙ୍କୁ ତାଙ୍କ ଘରର କାନ୍ଥରେ କିମ ଜୋଙ୍ଗ ଉନଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ଟାଙ୍ଗିବାକୁ ପଡ଼ିଥାଏ। ସେହି କାନ୍ଥରେ କିମ ପରିବାରଙ୍କର ଫଟୋ ବ୍ୟତୀତ ଅନ୍ୟ କିଛି ରହି ନ ଥାଏ। ଫଟୋ ଗୁଡ଼ିକୁ ପ୍ରତିଦିନ ସଫା କରିବାକୁ ପଡିଥାଏ। ବେଳେବେଳେ କୋରିଆ ପୋଲିସ ଘରେ ପ୍ରବେଶ କରି ଫଟୋ ସଫା ଅଛି କି ନାହିଁ ତାହା ଯାଞ୍ଚ କରିଥାଏ।

Share