ଶିଶୁ ଉଦ୍ୟାନ ଏବେ କ୍ଷୁଦ୍ର ଜଙ୍ଗଲ

ହାଟଡ଼ିହୀ,୧୨।୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶଢ଼ା ପଞ୍ଚାୟତ ମିଠିଗାଁ ଗ୍ରାମରେ ଥିବା ଶିଶୁ ଉଦ୍ୟାନ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପରିସର ଅନାବନା ଗଛ, ଲତାରେ ଭର୍ତ୍ତି ହୋଇଛି। ଶିଶୁ ଉଦ୍ୟାନଟି ଏବେ ସରୀସୃପଙ୍କ ବାସସ୍ଥଳୀ ପାଲଟିଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟ ହେଉ ନ ଥିବାରୁ ଉଦ୍ୟାନର ସୌନ୍ଦର୍ଯ୍ୟ ଏବଂ ଗରିମା ନଷ୍ଟହେବାକୁ ବସିଛି। ଦୀର୍ଘ ବର୍ଷ ହେବ ସୌନ୍ଦର୍ଯ୍ୟକରଣ କାମ ସରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚାୟତର ଏସ୍‌ଏଫ୍‌ସି(ରାଜ୍ୟ ପଞ୍ଚଦଶ ଅର୍ଥ କମିଶନ) ଫଣ୍ଡରୁ ୩ ଲକ୍ଷ ଏବଂ ପ୍ରାଚୀର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଉଦ୍ୟାନ ସମ୍ମୁଖ ଫାଟକ ନିର୍ମାଣ ପାଇଁ ପୁଣି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇ କାର୍ଯ୍ୟ ଚାଲୁ ରହିଛି। ଉଦ୍ୟାନ ମଧ୍ୟରେ ଗୋଟିଏ ପାର୍ଶ୍ୱରେ ଏକ ମଠ, ପୋଖରୀ, ଆମ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ଗୋଷ୍ଠୀ କେନ୍ଦ୍ର ମଧ୍ୟ ନିର୍ମାଣ ହୋଇଛି। ୨୦୨୦-୨୧ରେ ପୋଖରୀ କାର୍ଯ୍ୟ ପାଇଁ ୨ ଲକ୍ଷ ୫୦ ହଜାର, ୨୦୨୩-୨୪ରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ ହୋଇଛି। କିନ୍ତୁ ଉଦ୍ୟାନ ପରିବେଶ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଥିବା ବେଳେ ଏକ କ୍ଷୁଦ୍ର ଜଙ୍ଗଲ ପରି ଲାଗୁଛି। ପ୍ରାୟ ୩ ହଜାର ବର୍ଗ ଫୁଟ୍‌ରେ ନିର୍ମିତ ଉଦ୍ୟାନ ପ୍ରଶାସନିକ ଅନୁଧ୍ୟାନର ଅଭାବ ଏବଂ ପଞ୍ଚାୟତ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ଶ୍ରୀହୀନ ହୋଇପଡ଼ିଛି। ଅନ୍ୟପକ୍ଷେ ୩ ବର୍ଷ ହେଲା ସୌନ୍ଦର୍ଯ୍ୟକରଣ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଆଲୋକୀକରଣ ହୋଇନାହିଁ। ପାଣି ପାଇପ ସଂଯୋଗ ମଧ୍ୟ ନାହିଁ। କୌଣସି ପ୍ରକାରର ରଙ୍ଗବେରଙ୍ଗର ଫୁଲ, ଘାସ କିମ୍ବା ଅନ୍ୟ ଗଛ ମଧ୍ୟ ନାହିଁ। ବସିବା, ଚାଲିବା, ବୁଲିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇନାହିଁ। ବର୍ଷା ଅସରାଏ ହେଲେ ଭିତରକୁ ଯିବା ପାଇଁ ଭୟ ଲାଗେ। ଉଦ୍ୟାନ ପଛପାଖରେ ପାଚେରି ନ ଥିବାରୁ ମୁକୁଳା ପଡ଼ିଛି। ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହରିହର ସେଠୀ କହିଛନ୍ତି, ପଞ୍ଚାୟତ ଅନୁଦାନ ଅଭାବରୁ କାର୍ଯ୍ୟ ହୋଇପାରୁନାହିଁ। ଅନ୍ୟ ଯୋଜନାରେ ଉଦ୍ୟାନ ପ୍ରକଳ୍ପକୁ ତାଲିକାଭୁକ୍ତ କରି ଧୀରେ ଧୀରେ ଉଦ୍ୟାନର ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ କରାଯିବ। ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ କହିଛନ୍ତି, ପଞ୍ଚାୟତ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ। ଫଳରେ ଉଦ୍ୟାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri